SOA SIGNS MoU WITH ARMOURED VEHICLES NIGAM LIMITED
SOA SIGNS MoU WITH ARMOURED VEHICLES NIGAM LIMITED
ସୋଆ ଏବଂ ଏଭିଏନ୍ଏଲ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ୧୨/୦୭: ଯୁଗ୍ମ ଗବେଷଣା, ପରାମର୍ଶ, ଶିକ୍ଷା, ପ୍ରଶିକ୍ଷଣ ଓ ପ୍ରକଳ୍ପ କାର୍ଯ୍ୟ ନିମନ୍ତେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ମୋର୍ଡ ଭେହିକିଲ୍ସ ନିଗମ ଲିମିଟେଡ୍ (ଏଭିଏନ୍ଏଲ୍) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମଧ୍ୟରେ ଶୁକ୍ରବାର ଏଠାରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।
ସୋଆ ଏବଂ ଏଭିଏନ୍ଏଲ୍ ମଧ୍ୟରେ ପାଂଚ ବର୍ଷ ପାଇଁ ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ଅନୁଯାୟୀ ଗବେଷଣା ସଂକ୍ରାନ୍ତୀୟ ପ୍ରକଳ୍ପକୁ ନେଇ ଦୁଇ ଅନୁଷ୍ଠାନ କାର୍ଯ୍ୟ କରିବେ ।
ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଏଭିଏନ୍ଏଲ୍ର ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ବିଶ୍ୱରଞ୍ଜନ ପଟ୍ଟନାୟକ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ କରିଥିଲେ ।
ଏଭିଏନ୍ଏଲ୍ କ୍ୟାମ୍ପସ୍ ନିଯୁକ୍ତି ମାଧ୍ୟମରେ ସୋଆର ଗ୍ରାଜୁଏଟମାନଙ୍କୁ ଚୟନ କରିବା ସହ ସେମାନଙ୍କୁ ପୂର୍ଣ୍ଣକାଳୀନ ନିଯୁକ୍ତି ନିମନ୍ତେ କିମ୍ବା ଇନ୍ଟର୍ଣ୍ଣ ଭାବେ ମନୋନୀତ କରିବ । ସେହିପରି ଏଭିଏନ୍ଏଲ୍ର କର୍ମଚାରୀମାନେ ସୋଆରେ ଏମ୍ଟେକ୍ ଏବଂ ପିଏଚ୍ଡି କରିବାର ସୁଯୋଗ ପାଇବେ ।
ଏତଦ୍ ବ୍ୟତୀତ ସୋଆ ପରିଚାଳିତ ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍କ୍ୟୁବେସନ୍ (ସୋଆ-ସିଆଇଆଇ)ରେ ଏଭିଏନ୍ଏଲ୍ ଯୋଗ ଦେଇ ବିଶ୍ୱବିଦ୍ୟାଳୟ ସହଯୋଗରେ ଥିବା ଷ୍ଟାର୍ଟ ଅଫ୍ କମ୍ପାନୀଗୁଡ଼ିକ ସହ କାର୍ଯ୍ୟ କରିବ ।
ବୁଝାମଣା ପତ୍ର ସ୍ୱାକ୍ଷର ସମୟରେ ଏଭିଏନ୍ଏଲ୍ର ଜେନେରାଲ ମ୍ୟାନେଜର (ଏଚ୍ଆର୍) ଶ୍ରୀ ରଞ୍ଜନ କୁମାର ବଳ, ସୋଆ ପରିଚାଳିତ ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା, ଆଡିସ୍ନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍. ଥାଟୋଇ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ସରୋଜ ଆଚାର୍ଯ୍ୟ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍)ର ପ୍ରଫେସର ଅୟସକାନ୍ତ ମହାନ୍ତି ଏବଂ ପ୍ରଫେସର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ ।
ITER RANKED THIRD IN INDIA AMONG TOP ENGINEERING INSTITUTES BY TIMES SURVEY
ITER RANKED THIRD IN INDIA AMONG TOP ENGINEERING INSTITUTES BY
SOA WOMEN WORKFORCE HONOURED WITH FEMINA WOMEN ACHIEVERS’ AWARD
SOA WOMEN WORKFORCE HONOURED WITH FEMINA WOMEN ACHIEVERS’ AWARD
WORLD EMERGENCY MEDICINE DAY OBSERVED AT SUM HOSPITAL
ସମ୍ ହସ୍ପିଟାଲ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ



