SOA SIGNS MoU WITH ICT,
SOA SIGNS MoU WITH ICT,
ମିଳିତ ଗବେଷଣା ନିମନ୍ତେ ସୋଆ ଏବଂ ଆଇସିଟି, ମୁମ୍ବାଇ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର, ଜୁଲାଇ ୨୨ : ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ, କେମିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲଜି ଏବଂ ଏହା ସହିତ ସମ୍ପୃକ୍ତ ଅନ୍ୟ କ୍ଷେତ୍ରରେ ମିଳିତ ଗବେଷଣା ଏବଂ ଉଚ୍ଚ ଶିକ୍ଷାପ୍ରାପ୍ତ ମାନବ ସମ୍ବଳକୁ ବୃଦ୍ଧି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଓ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି (ଆଇସିଟି), ମୁମ୍ବାଇ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।
ବୁଝାମଣା ଅନୁଯାୟୀ ସୋଆ ଏବଂ ଆଇସିଟି, ମୁମ୍ବାଇ ଦୁଇଟି ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପାରସ୍ପରିକ ଆଦାନପ୍ରଦାନ ନେଇ ସହାୟତା କରିବେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଟି, ମୁମ୍ବାଇର କୁଳପତି ପ୍ରଫେସର ଅନିରୁଦ୍ଧ ବି. ପଣ୍ଡିତଙ୍କ ମଧ୍ୟରେ ଶନିବାର ଏହି ବୁଝାମଣା ସ୍ୱାକ୍ଷରିତ ହୋଇଛି ।
ଦୁଇଟି ଅନୁଷ୍ଠାନର ନିମୟମାବଳୀ ଅନୁଯାୟୀ କର୍ମଚାରୀଙ୍କର ମଧ୍ୟରେ ଆଦାନପ୍ରଦାନ, ମିଳିତ କର୍ମଶାଳା ଓ ସମ୍ମିଳନୀ ଆୟୋଜକ ଦୁଇଟି ଶିକ୍ଷାନୁଷ୍ଠାନର ପ୍ରଫେସରଙ୍କ ଦ୍ୱାରା ବକ୍ତୃତାମାଳା, ଆଇସିଟି ମୁମ୍ବାଇ ଓ ସୋଆର ମିଳିତ ସହଯୋଗରେ ବିଭିନ୍ନ ଶୈକ୍ଷିକ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋଜେକ୍ଟ ଓ ଏବଂ ଥେସିସ୍ କାର୍ଯ୍ୟରେ ମିଳିତ ଦିଗ୍ଦର୍ଶନ କରାଯିବ ।
ଏତଦ୍ ବ୍ୟତୀତ ଦୁଇଟି ଶିକ୍ଷାନୁଷ୍ଠାନ ନିଜ ମଧ୍ୟରେ ଗବେଷଣା ଓ ତତ୍ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟରେ ପରସ୍ପରକୁ ସହଯୋଗ କରି, ସଫ୍ଟୱେୟାର ଏବଂ ଅନ୍ୟାନ୍ୟ ବିଷୟରେ ଆଦାନପ୍ରଦାନ ଓ ନିଜ ମଧ୍ୟରେ ସହଯୋଗିତା ରକ୍ଷା କରିବେ ।
ଆଇସିଟି, ମୁମ୍ବାଇ ମଧ୍ୟ ସୋଆ-ସେଂଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍କ୍ୟୁବେସନ୍ (ସୋଆ-ସିଆଇଆଇ) ଏବଂ ଅଟଳ ଇନ୍କ୍ୟୁବେସନ୍ ସେଂଟର (ଏଆଇସି)- ସୋଆ ଫାଉଣ୍ଡେସନ୍ ର କାର୍ଯ୍ୟରେ ସହଯୋଗ କରିବ ।
WORLD SCHIZOPHRENIA DAY OBSERVED AT IMS & SUM HOSPITAL
WORLD SCHIZOPHRENIA DAY OBSERVED AT IMS & SUM HOSPITAL
IMS AND SUM HOSPITAL WINS TOP PRIZE FOR INNOVATIVE STUDY ON DIABETES
IMS AND SUM HOSPITAL WINS TOP PRIZE FOR INNOVATIVE STUDY
PURPOSE OF EDUCATION IS TO SHAPE CHARACTER: NHRC CHAIRMAN
PURPOSE OF EDUCATION IS TO SHAPE CHARACTER: NHRC CHAIRMAN


