We can Cook
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆଣ୍ଡ
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆଣ୍ଡ
‘ୱି କ୍ୟାନ୍ ବେକ୍’ ଉଦ୍ଯାପିତ
ଭୁବନେଶ୍ୱର, ଜୁନ ୬ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚଏମ୍) ପକ୍ଷରୁ ଆରମ୍ଭ ହୋଇଥିବା ୪ ଦିନିଆ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍’ ଆଣ୍ଡ ‘ୱି କ୍ୟାନ୍ ବେକ୍’ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି ।
ଏହି ଅବସରରେ ସମାଜସେବୀ ତଥା ମହିଳା ଆତ୍ମନିର୍ଭର ଅଭିିଯାନର ଅଧ୍ୟକ୍ଷା ଡକ୍ଟର ରିନା ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ରନ୍ଧଣା ଏକ ପ୍ରକାର କଳା ହୋଇଥିବା ବେଳେ ବର୍ତମାନ ଏହା ସବୁବର୍ଗଙ୍କ ନିମନ୍ତେ ପ୍ୟାଶନ୍ ଅଟେ । ଝିଅ ହେଉ କିମ୍ବା ମହିଳାମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଅନ୍ତଃନିର୍ହିତ ନ ରଖି ତାହାକୁ ଜାଣି ସେ ଦିଗ ପ୍ରତି ପଦକ୍ଷେପ ନେବା ଉଚିତ୍ ।
ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ସ୍ୱାବଲମ୍ବୀ ହେବା ଅତ୍ୟନ୍ତ ଆବଶ୍ୟକ । ନିଜର ଆତ୍ମବିଶ୍ୱାସ, ଇଚ୍ଛାଶକ୍ତିକୁ ସୁଦୃୃଢ କରିବା ଯୋଗୁଁ ଅସମ୍ଭବକୁ ସମ୍ଭବ କରିହେବ ବୋଲି ସେ ପ୍ରତିଯୋଗୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃ୍ତି ବିଶ୍ୱବିଦ୍ୟାଳୟର କ୍ରଂଟୋଲର ଅଫ୍ ଏଗଜାମିନେସନ୍ ଶ୍ରୀ ଧରଣୀଧର ରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ମା’ର ହାତ ରନ୍ଧାର ତୁଳନା ନାହିଁ । ଘରର ମହିଳାଟି ଯେଉଁ ଶ୍ରଦ୍ଧାରେ ଖାଦ୍ୟ ରାନ୍ଧିକି ଦିଏ ତାହାର ସ୍ୱାଦ ଖୁବ୍ ନିଆରା ଥାଏ କିନ୍ତୁ ଏହା କେବଳ ଖାଦ୍ୟ ସୁସ୍ୱାଦ ହେବା ଯେତିକି ଜରୁରୀ ନୁହେଁ ବରଂ ଶରୀର ପାଇଁ ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହେବା ଜରୁରୀ ବୋଲି ସେ କହିଥିଲେ । ଖାଦ୍ୟ ରନ୍ଧନ କରିବାରେ କୌଣସି ବୟସ ସୀମା ନ ଥାଏ । ଯାହାକୁ ସମସ୍ତ ବର୍ଗର ବୟସ୍କମାନେ ରାନ୍ଧିବାକୁ ଖୁବ୍ ପସନ୍ଦ କରିଥାନ୍ତି ।
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ଆୟୋଜିତ ହୋଇଥିବା ଅଭିନବ ପ୍ରୟାସ ତଥା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତିଯୋଗୀମାନଙ୍କୁ ସେ ଉତ୍ସାହିତ କରିବା ସହିତ ମଧ୍ୟ ପ୍ରଶଂସା କରିଥିଲେ ।
ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେବା ସହିତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହିତ ରୁଚିକର ଓ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ କରି ଏହାକୁ କିପରି ପରଷି ପାରିବେ ସେହି ସମ୍ପର୍କରେ ଏହି ପ୍ରଶିକ୍ଷଣ ଦିଆଯାଇଥିଲା । ଏଭଳି କାର୍ଯ୍ୟକ୍ରମ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିବା ସେ କହିଥିଲେ ।
ଏହି ରାନ୍ଧଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀଙ୍କୁ ଭାରତୀୟ ଖାଦ୍ୟ ଯେପରିକି କବାବ ଏବଂ ଅନ୍ୟାନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ, ପୁଷ୍ଟିକର କନ୍ଟିନେଂଟାଲ୍ ଓ ଚାଇନିଜ, ବିଭିନ୍ନ ପ୍ରକାରର ମକ୍ଟେଲ୍ ଓ ବେକରୀ ଜାତୀୟ ଖାଦ୍ୟ ପ୍ରସ୍ତୁତିର ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନଙ୍କୁ ମାନପାତ୍ର ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ପ୍ରୋଗ୍ରାମ୍ କୋର୍ଡିନେଟର ତଥା ଏସ୍ଏଚ୍ଏମ୍ର ପ୍ରଫେସର (ଡକ୍ଟର) ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
SOA VICE-PRESIDENT STRESSES NEED TO EMPOWER NURSES TO FACE INCREASING DEMANDS IN HEALTHCARE
SOA VICE-PRESIDENT STRESSES NEED TO EMPOWER NURSES TO FACE INCREASING



