ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ ବିଶେଷଜ୍ଞ
ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ
ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ ବିଶେଷଜ୍ଞ
ଭୁବନେଶ୍ୱର, ୨୫ ମାର୍ଚ୍ଚ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଶିଶୁରୋଗ ବିଶେଷଜ୍ଞ ଖୁବ କମ୍ ଓଜନ ଥିବା ଏବଂ ଏସୋଫାଜିଆଲ୍ ଆଟ୍ରେସିଆ ସମସ୍ୟାରେ ପୀଡ଼ିତ ଥିବା ଗୋଟିଏ ନବଜାତ ଶିଶୁର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ।
ଆର୍ଏଚ୍ ନେଗେଟିଭ୍ ଗର୍ଭ ସମସ୍ୟା ଥାଇ ପୂର୍ବରୁ ଗର୍ଭପାତ ହୋଇଥିବା ଜଣେ ୨୭ ବର୍ଷୀୟା ମା’ଙ୍କ ଗର୍ଭରୁ ମାତ୍ର ୨.୧ କେଜି ଓଜନର ଶିଶୁଟି ଜନ୍ମ ନେଇଥିଲା । ତେବେ ଜନ୍ମ ସମୟରେ ଶିଶୁଟି ଏସୋଫାଜିଆଲ ଆଟ୍ରେସିଆ ସମସ୍ୟାରେ ପୀଡ଼ିତ ଥିବା ଜଣାପଡ଼ିବା ପରେ ତାକୁ ଏନ୍ଆଇସିୟୁରେ ଭର୍ତି କରାଯାଇଥିଲା ଏବଂ ଶିଶୁଟି ନିଃଶ୍ୱାସ ନେବାର କଷ୍ଟ ଅନୁଭବ କରୁଥିଲା ବୋଲି ନବଜାତ ଶିଶୁରୋଗ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ନନ୍ଦ କହିଛନ୍ତି ।
ଶିଶୁଟିର ମଧ୍ୟ କନ୍ଜେନିଟାଲ୍ ସିଆନୋଟିକ ହୃଦ ସମସ୍ୟା ଥିଲା ବୋଲି ଜଣାପଡ଼ି ଥିଲା ।
ଅସ୍ତ୍ରୋପଚାର କରିବାର ନିଷ୍ପତି ନେବା ପୂର୍ବରୁ ଶିଶୁଟିକୁ ଆଇସିୟୁରେ ରଖାଯାଇଥିଲା । ତେବେ ଏହି ସବୁ ସମସ୍ୟା ଭିତରେ ମଧ୍ୟ ତା’ର ଅସ୍ତ୍ରୋପଚାର କରାଯାଇ ପାରିଥିଲା । ତେବେ ଏହି ସବୁ ସମସ୍ୟା ଭିତରେ ମଧ୍ୟ ତା’ର ସଫଳ ଅସ୍ତ୍ରୋପଚାର କରାଯାଇ ପାରିଥିଲା ।
ଅସ୍ତ୍ରୋପଚାର ପରେ ଶିଶୁଟି ଖୁବ୍ ଅସୁସ୍ଥ ହୋଇପଡ଼ିବାରୁ ତାକୁ ନବଜାତ ଶିଶୁରୋଗ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଇଥିଲା । ତେବେ ଧୀରେ ଧୀରେ ଶିଶୁଟି ସୁସ୍ଥ ହେବା ଆରମ୍ଭ କରିବା ସହ ଖାଦ୍ୟ ଗ୍ରହଣ କରିବା ଆରମ୍ଭ କରିଥିଲା । ପରେ ଶିଶୁଟିକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ବୋଲି ଡାକ୍ତର ନନ୍ଦ କହିଛନ୍ତି ।
ଶିଶୁଟିର ଚିକିତ୍ସା ଏବଂ ଅସ୍ତ୍ରୋପଚାରରେ ନବଜାତ ଶିଶୁରୋଗ, ଶିଶୁଶଲ୍ୟ ବିଭାଗ, ଶିଶୁ ହୃଦରୋଗ ଏବଂ ନିଶ୍ଚେତକ ବିଭାଗର ଡାକ୍ତରମାନେ ଜଡ଼ିତ ଥିଲେ । ଡାକ୍ତର ନନ୍ଦଙ୍କ ସମେତ ଡାକ୍ତର ଭାଗିରଥୀ ମଲ୍ଲିକ, ଡାକ୍ତର ରତନ କୁମାର ଦାସ, ଡାକ୍ତର ବିଜୟ କୁମାର, ଡାକ୍ତର ଦେବୀପ୍ରସାଦ ସାହୁ, ଡାକ୍ତର ବୀନିତ ପାଣିଗ୍ରାହୀ, ଡାକ୍ତର ପାୟଲ ପ୍ରଧାନ, ଡାକ୍ତର ଭାଗ୍ୟଶ୍ରୀ ମହାପାତ୍ର, ଡାକ୍ତର କଳ୍ପିତା ସାହୁ, ଡାକ୍ତର ସୁରେଶ ତ୍ରିପାଠୀ ଏବଂ ଡାକ୍ତର ଶିତିକଣ୍ଠ ନାୟକ ଏହି ଅସ୍ତ୍ରୋପଚାର ଏବଂ ଚିକିତ୍ସାରେ ଜଡ଼ିତ ଥିଲେ ।
ଶିଶୁଟିର ଅସ୍ତ୍ରୋପଚାରର ନେତୃତ୍ୱ ନେଇଥିଲେ ଶିଶୁ ଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ଅନ୍ତର୍ଯ୍ୟାମୀ ପ୍ରଧାନ ଏବଂ ଡାକ୍ତର ସୁବାଷ ଚନ୍ଦ୍ର ସୁବୁଦ୍ଧି । ଶିଶୁଟିର ହୃଦ୍ ସମସ୍ୟା ଥିବାରୁ ହୃଦ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଅନୁସ୍ପନ୍ଦନ ମହାପାତ୍ରଙ୍କ ତତ୍ୱାବଧାନରେ ତା’ର ଚିକିତ୍ସା କରାଯାଉଥିଲା ।
ଏହି ଟିମ୍କୁ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ଡାକ୍ତର ନନ୍ଦ କହିଛନ୍ତି ।
WORLD EMERGENCY MEDICINE DAY OBSERVED AT SUM HOSPITAL
ସମ୍ ହସ୍ପିଟାଲ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ
VETS NEED TO TREAT THE ANIMAL WORLD WITH COMPASSION: SOA VP
VETS NEED TO TREAT THE ANIMAL WORLD WITH COMPASSION: SOA


