PURPOSE OF EDUCATION IS TO SHAPE CHARACTER: NHRC CHAIRMAN
PURPOSE OF EDUCATION IS TO SHAPE CHARACTER: NHRC CHAIRMAN
ଚରିତ୍ର ଗଠନ ହେଉଛି ଶିକ୍ଷାର ନିହିତ ଉଦ୍ଦେଶ୍ୟ: ଜାତୀୟ ମାନବାଧିକାର ଆୟୋଗ ଅଧ୍ୟକ୍ଷ
ଭୁବନେଶ୍ୱର, ଜୁନ୍ ୬ : ବ୍ୟକ୍ତିର ଚରିତ୍ର ଗଠନ ସହିତ ତା’ର ଶାରୀରିକ, ମାନସିକ ନୈତିକ ଏବଂ ଆଧ୍ୟାତ୍ମିକ ବିକାଶକୁ ସକ୍ଷମ କରିବା ହେଉଛି ସାମଗ୍ରିକ ଶିକ୍ଷାର ଉଦ୍ଦେଶ୍ୟ ବୋଲି ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଶ୍ରୀ ଜଷ୍ଟିସ୍ ଭି. ରାମାସୁବ୍ରମଣ୍ୟନ୍ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ କହିଛନ୍ତି ଯେ ପ୍ରକୃତ ଶିକ୍ଷା କେବଳ ବୌଦ୍ଧିକ ଜ୍ଞାନ ପ୍ରଦାନ କରେ ନାହିଁ ବରଂ ଜଣେ ବ୍ୟକ୍ତିର ବୁଦ୍ଧିମତାର ପରିସରକୁ ପରିବ୍ୟାପ୍ତ କରି, ମସ୍ତିଷ୍କର କ୍ଷମତାକୁ ବୃଦ୍ଧି କରି ସର୍ବୋପରି ତାକୁ ନିଜ ଗୋଡ଼ରେ ଠିଆ ହେବାର ସାମର୍ଥ୍ୟ ପ୍ରଦାନ କରି ଆତ୍ମନିର୍ଭରଶୀଳ ଏବଂ ମାନସିକ ଭାବରେ ମଧ୍ୟ ଦୃଢ଼ କରିଥାଏ । ସ୍ୱାମୀ ବିବେକାନନ୍ଦଙ୍କ ଉଦ୍ଧୃତି ଦେଇ ସେ କହିଛନ୍ତି ଯେ ଶିକ୍ଷାର ଚାରୋଟି ସ୍ତମ୍ଭ ହେଉଛି ଚରିତ୍ର ନିର୍ମାଣ, ବୌଦ୍ଧିକ ବିକାଶ, ମାନସିକ ଦୃଢ଼ତା ଏବଂ ଆତ୍ମନିର୍ଭରଶୀଳତା ।
‘ଜଣେ ବ୍ୟକ୍ତି ନିଜର ପାଠ୍ୟକ୍ରମ ସମାପ୍ତ କରିପାରେ କିନ୍ତୁ ଶିକ୍ଷା କେବେ ସମାପ୍ତ ହୋଇପାରିବ ନାହିଁ, ଏହା ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏକ ଅନ୍ତହୀନ ନିରବଚ୍ଛିନ୍ନ ଯାତ୍ରା’ ବୋଲି ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ କହିଛନ୍ତି ।
ଉପସ୍ଥିତ ଶ୍ରୋତାଙ୍କୁ ସେ ପ୍ରଶ୍ନ କରିଥିଲେ ଯେ ‘ଆଜିର ସାକ୍ଷର ଲୋକମାନେ ପ୍ରକୃତରେ ଶିକ୍ଷିତ କି? ସେ କହିଥିଲେ ଯେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚାପରେ ବର୍ଦ୍ଧିତ ପ୍ରବୃତି ଦର୍ଶାଉଛି ଯେ ଆଜିର ପିଢ଼ି ଏତେ ପ୍ରଶଂସିତ ଯେ ସେମାନେ ସମସ୍ୟାର ସମ୍ମୁଖୀନ ହେବାର ସାମର୍ଥ୍ୟ ରଖିପାରୁ ନାହାନ୍ତି ।
ଐତିହାସିକ ୱିଲ୍ ଡୁରାଂଟଙ୍କ ପ୍ରସିଦ୍ଧ ଉକ୍ତି ‘ଶିକ୍ଷା ହେଉଛି ଜଣଙ୍କର ଅଜ୍ଞତାର ପ୍ରଗତିଶୀଳ ଆବିଷ୍କାର’କୁ ଉଦ୍ଧୃତ କରି ସେ କହିଥିଲେ ଯେ ‘ଶିକ୍ଷାନୁଷ୍ଠାନଗୁଡ଼ିକୁ କେବଳ ଡିଗ୍ରୀ ନୁହେଁ ବରଂ ଜୀବନ କୌଶଳ ଏବଂ ସଠିକ୍ ମନୋଭାବ ମଧ୍ୟ ଶିକ୍ଷା ଦେବା ଉଚିତ୍ ।’
ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ ଆମେରିକାରେ ରହୁଥିବା ଜଣେ ଚାର୍ଟାର୍ଡ ଆକାଉନ୍ଟାଂଟଙ୍କ ଦୁଃଖଦ କାହାଣୀ ବର୍ଣ୍ଣନା କରି କହିଥିଲେ ଯେ ୨୦୦୮ ବିଶ୍ୱ ଆର୍ଥିକ ସଂକଟରେ ସବୁକିଛି ହରାଇବା ପରେ ତାଙ୍କ ସମଗ୍ର ପରିବାରକୁ ହତ୍ୟା କରିବା ସହ ନିଜେ ଆତ୍ମହତ୍ୟା କରିଥିଲେ । ସେ କହିଥିଲେ ଯେ ଉଚ୍ଚ ଶିକ୍ଷା ଏବଂ ଜ୍ଞାନ ସତ୍ୱେ ତାଙ୍କ ଠାରେ ମାନସିକ ଦୃଢ଼ତାର ଅଭାବ ଥିଲା ।
‘କ’ଣ କଲେ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସଂକଟ ପରିଚାଳନା ଶିଖାନ୍ତି? କାରଣ କେବଳ ଡିଗ୍ରୀ ପାଇବା ଅସଲ ଓ ସାମଗ୍ରିକ ଶିକ୍ଷା ନୁହେଁ’ ବୋଲି ଜଷ୍ଟିସ୍ ରାମାସୁବ୍ରମଣ୍ୟନ୍ କହିଥିଲେ ।
ସେ କହିଥିଲେ ଯେ ଆଜିର ବିଶ୍ୱରେ କେବଳ ସଫଳତା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଲୋକମାନେ ପ୍ରକୃତ ସଫଳତା କ’ଣ ତାହା ବୁଝନ୍ତି ନାହିଁ । ଶିକ୍ଷା କିମ୍ବା ବଡ଼ ଚାକିରି ପାଇବା ସଫଳତା ନୁହେଁ କାରଣ ଜୀବନ ସଫଳତାକୁ ଭିନ୍ନ ଭାବରେ ଦେଖେ ।’
ତାଙ୍କ ଅଭିଭାଷଣର ଶେଷରେ ସେ ସୋଆ ବିଶ୍ୱବିଦ୍ୟାଳୟର ପ୍ରଶଂସା କରି କହିଥିଲେ ଯେ ବର୍ଷ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଏହି ଅନୁଷ୍ଠାନ ଉଲ୍ଲେଖନୀୟ ପ୍ର୍ରଗତି କରିପାରିଛି ।
ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କରିଥିଲେ । ସୋଆ ଅଧିନସ୍ଥ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ମୁଖ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଆଇଏଏସ୍ର ପ୍ରଫେସର ପ୍ରଭାତ କୁମାର ଷଢ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଆଡିସ୍ନାଲ ଡିନ (ଷ୍ଟୁଡେଂଟ ଆଫେୟାର୍ସ), ଆଇଟିଇଆର ପ୍ରଫେସର ରେଣୁ ଶର୍ମା ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
Narendra Modi comign to Odisha
କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ
WORLD KIDNEY DAY OBSERVED AT IMS & SUM HOSPITAL
WORLD KIDNEY DAY OBSERVED AT IMS & SUM HOSPITAL
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS



