SOA FIGURES AGAIN IN QS WORLD UNIVERSITY RANKINGS
SOA FIGURES AGAIN IN QS WORLD UNIVERSITY RANKINGS
କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ସରେ ପୁଣି ଥରେ ସୋଆ ସ୍ଥାନିତ
ଭୁବନେଶ୍ୱର , ୮/୦୬: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍ରେ ଓଡ଼ିଶାର ଏକ ମାତ୍ର ବେସରକାରୀ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ) । ଦେଶର ୪୬ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ନେଇ ପ୍ରସ୍ତୁତ ଏହି ବିଶ୍ୱ ର୍ୟାଙ୍କିଙ୍ଗ୍ରେ ସ୍ଥାନ ପାଇଛି ସୋଆ ।
ଏହି ର୍ୟାଙ୍କିଙ୍ଗ୍ରେ ୧୨୦୧ ରୁ ୧୪୦୦ ବ୍ରାକେଟରେ ସୋଆ ରହିଥିବା ବେଳେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ଓଡ଼ିଶାର ଅନ୍ୟତମ ଶିକ୍ଷାନୁଷ୍ଠାନ ଭାବେ ଏହି ର୍ୟାଙ୍କିଙ୍ଗରେ ସ୍ଥାନ ପାଇଛି । ଓଡ଼ିଶାର କେବଳ ଦୁଇଟି ଶିକ୍ଷାନୁଷ୍ଠାନ ଏଥିରେ ସ୍ଥାନ ପାଇଛନ୍ତି ।
ଶୈକ୍ଷିକ ଖ୍ୟାତି, ନିଯୁକ୍ତିଦାତାଙ୍କ ଖ୍ୟାତି, ଫ୍ୟାକଲ୍ଟିଙ୍କର ସନ୍ଦର୍ଭ, ଫ୍ୟାକଲ୍ଟି ଛାତ୍ର ଅନୁପାତ, ଆନ୍ତର୍ଜାତିକ ଫ୍ୟାକଲ୍ଟି ଏବଂ ଆନ୍ତର୍ଜାତିକ ଛାତ୍ରଛାତ୍ରୀ ସଂଖ୍ୟା ଇତ୍ୟାଦି ବିଭିନ୍ନ ମାପଦଣ୍ଡକୁ ନେଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହି ର୍ୟାଙ୍କିଙ୍ଗ ପ୍ରଦାନ କରାଯାଇଛି ।
ଓଡ଼ିଶାରେ ବୃତିଗତ ଶିକ୍ଷା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଥିବା ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ୍ ଫ୍ରେମ୍ୱାର୍କ (ଏନ୍ଆଇଆର୍ଏଫ୍) ୨୦୨୩ ରେ ଦେଶରେ ୧୫ ତମ ସ୍ଥାନ ହାସଲ କରିଛି । ୨୦୧୬ ଠାରୁ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ୍ ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବେ ସୋଆ ଦେଶର ଶ୍ରେଷ୍ଠ ୨୫ ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପ୍ଧବ ଆସିଛି ।
WORLD EMERGENCY MEDICINE DAY OBSERVED AT SUM HOSPITAL
ସମ୍ ହସ୍ପିଟାଲ୍ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ
SOA RANKED 14TH IN COUNTRY IN 2024 NIRF RANKINGS, PLACED 24TH OVERALL
SOA RANKED 14TH IN COUNTRY IN 2024 NIRF RANKINGS, PLACED



