RARE TUMOR SUCCESSFULLY REMOVED AT SUM SITALAPALLI CAMPUS
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ସଫଳତାର ସହ ବାହାର କରାଗଲା ବିରଳ ସାଇନସ୍ ଟ୍ୟୁମର
ବ୍ରହ୍ମପୁର, ମଇ ୯: ଜଣେ ୬୦ ବର୍ଷୀୟା ମହିଳାଙ୍କର ଶରୀରରୁ ବିରଳ ସାଇନସ୍ ଟ୍ୟୁମରକୁ ସଫଳତାର ସହ ବାହାର କରିପାରିଛନ୍ତି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ର ସର୍ଜନ ।
ରୋଗୀ ଜଣଙ୍କ ଦୀର୍ଘ ବର୍ଷ ଧରି ଅତ୍ୟନ୍ତ ମୁଣ୍ଡ ବିନ୍ଧା ସହ୍ୟ କରୁଥିଲେ ଓ ତାଙ୍କର ନାସା ସମ୍ପୂର୍ଣ୍ଣ ବନ୍ଦ ହେବା ସମସ୍ୟା ନେଇ ହସ୍ପିଟାଲକୁ ଆସିଥିଲେ । କର୍ଣ୍ଣ, ନାସା ଓ ଗଳା (ଇଏନ୍ଟି) ବିଭାଗର ଡାକ୍ତର ପ୍ରିୟଜୀତ ପାଣିଗ୍ରାହୀ ତାଙ୍କର ପରୀକ୍ଷା ନିରୀକ୍ଷା ପରେ ସିଟି ସ୍କାନ୍ ପାଇଁ ପରାମର୍ଶ ଦେଇଥିଲେ ।
ସିଟି ସ୍କାନ୍ ରିପୋର୍ଟରୁ ନାସାର ପଛ ଭାଗରେ ଏକ ବିଶାଳ ମାସଂପିଣ୍ଡୁଳା ଥିବାର ଜଣାପଡ଼ିବା ସହ ଏହା ଖପୁରୀକୁ ଯୋଡ଼ୁ ଥିବା ରନ୍ଧ୍ରଗୁଡ଼ିକୁ ବ୍ୟାପ୍ତ ହୋଇଥିବା ଜଣାପଡ଼ିଥିଲା ।
ଡାକ୍ତର ପାଣିଗ୍ରାହୀଙ୍କ ନେତୃତ୍ୱରେ ହୋଇଥିବା ଅସ୍ତ୍ରୋପଚାର ପରେ ତାଙ୍କ ଶରୀରରୁ ସଫଳତାର ସହ ୩୦୦ ଗ୍ରାମ୍ର ଟ୍ୟୁମରଟିକୁ ବାହାର କରାଯାଇଥିଲା । ରୋଗୀ ଜଣକ ଏବେ ସୁସ୍ଥ ଅଛନ୍ତି ।
ଡାକ୍ତର ପାଣିଗ୍ରାହୀଙ୍କୁ ଏହି ଅସ୍ତ୍ରୋପଚାରରେ ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର ଶାରଦା ପ୍ରସନ୍ନ ଦାସ, ଏଏନ୍ଏସ୍ ଶ୍ରୀମତି ଅର୍ଚନା ପି. ତ୍ରିପାଠୀ ଏବଂ ଅନ୍ୟ ଓଟି ଷ୍ଟାଫ୍ମାନେ ସହାୟତା କରିଥିଲେ । ଏଭଳି ଟ୍ୟୁମର ଖୁବ୍ ବିରଳ ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।
ସମସ୍ତ ପ୍ରକାର ଅସ୍ତ୍ରୋପଚାର ଓ ଚିକିତ୍ସା ସୁବିଧା ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍ରେ ଉପଲବ୍ଧ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି ।
ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ ବିଶେଷଜ୍ଞ
ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS



