SOA INSTITUTE OF VETERINARY SCIENCES
SOA INSTITUTE OF VETERINARY SCIENCES
ଗୃହପାଳିତ ପୋଷା ପ୍ରାଣୀଙ୍କ ଯତ୍ନ ନିମନ୍ତେ ସୋଆ ଆଇଭିଏସ୍ଏଏଚ୍ରେ ଖୋଲିଲା ସ୍ପା ଏବଂ ଗ୍ରୁମିଂ ସେଂଟର ଭୁବନେଶ୍ୱର, ଡିସେମ୍ବର ୨୭: ଘରେ ରହୁଥିବା ଗେଲବସରିଆ ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ (ଆଇଭିଏସ୍ଏଏଚ୍)ରେ ଖୋଲିଛି ସ୍ପା ଏବଂ ଗ୍ରୁମିଂ ସେଂଟର । ପ୍ରାଣୀ ବିଜ୍ଞାନୀ ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତ୍ୟାଧୁନିକ କୁଶଳୀ ଏବଂ ପ୍ରଶିକ୍ଷତ ବୃତିଗତ ଗ୍ରୁମର ଏହି ସେଂଟରରେ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି ଆଇଭିଏସ୍ଏଏଚ୍ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଦାସ । ପ୍ରାଣୀ ଏବଂ ପକ୍ଷୀ ନିଜର ଭାବନାକୁ ପ୍ରକାଶ କରିପାରନ୍ତି ନାହିଁ ଏବଂ ଯେତେବେଳେ ସେମାନେ କଷ୍ଟ ପାଆନ୍ତି ପ୍ରାଣୀ ଚିକିତ୍ସକମାନେ ହିଁ ତାଙ୍କ ସମସ୍ୟା ଏବଂ କଷ୍ଟକୁ ବୁଝି ପାରନ୍ତି ବୋଲି କହିଛନ୍ତି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ । ଏହି ସେଂଟରର ସବୁ ୟୁନିଟ ଗୁଡ଼ିକ ଶୀତତାପ ନିୟନ୍ତ୍ରିତ ହୋଇଥିବା ବେଳେ ଏଠାରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସେବା ଓ ଚିକିତ୍ସା ପ୍ରଦାନ କରାଯିବ । ପ୍ରାଣୀମାନଙ୍କ କ୍ଷେତ୍ରରେ କେଶ ଝଡ଼ିବା, କାନରୁ ତୈଳ ନିର୍ଗତ ହେବା, କେଶ ଏବଂ ନଖ ବଢ଼ିବା ହେଉଛି ପ୍ରାକୃତିକ ପ୍ରକ୍ରିୟା ଏବଂ ଏହାର ସଠିକ୍ ଉପଚାର ନ କରାଗଲେ ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଟି ହୋଇଥାଏ । ସେହିପରି ଭାରତର ଜଳବାୟୁରେ ବାରମ୍ବାର ପରିବର୍ତନ ଯୋଗୁଁ ପୋକ, ଉକୁଣି ଏବଂ ମଶା ଭଳି ବାହ୍ୟ ପରଜୀବି ଗୋଟିଏ ଅଂଚଳରୁ ଅନ୍ୟ ଅଂଚଳକୁ ଘୂରି ବୁଲିଥାନ୍ତି ଯାହାକି ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ଏହି ପରଜିବୀ ଗୁଡ଼ିକ ରକ୍ତ ଶୋଷିବା ସହ ଶରୀରର ଚର୍ମକୁ ନଷ୍ଟ କରିଥାନ୍ତି, ଶରୀରରେ ଆଲର୍ଜି ବୃଦ୍ଧି କରିବା ସହ ବେବ୍ସିୟୋସିସ, ଆନାପ୍ଲାସ୍ମୋସିଷ୍ଟ ଏବଂ ଏହରିଲିସିୟୋସିସ ଭଳି ବ୍ୟାଧି ଦ୍ୱାରା ସଂକ୍ରମିତ କରିଥାନ୍ତି ଯାହାକି ପରବର୍ତୀ ସମୟରେ ଶରୀରର ଅନ୍ୟ ଅଂଗଗୁଡ଼ିକୁ ନଷ୍ଟ କରିବା ଦିଗରେ ଅଗ୍ରଗତି କରିଥାଏ । ଏଥି ନିମନ୍ତେ ନିୟମିତ ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତା ରହିଥିବା ଆଇଭିଏସ୍ଏଏଚ୍ର ଚିଫ୍ ମେଡିକାଲ୍ ଅଫିସର ପ୍ରଫେସର ନିରଞ୍ଜନ ସାହୁ କହିଛନ୍ତି । ଏହି ସ୍ପା ଏବଂ ଗ୍ରୁମିଂ ସେଂଟରରେ ଗୃହପାଳିତ ପ୍ରାଣୀମାନଙ୍କ ଶରୀରକୁ ସଫା କରିବା, କେଶ କାଟିବା, ନଖ କାଟିବା, କାନ ସଫା କରିବା, ମୁଖର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ଏବଂ ହେୟାର ବ୍ରସିଂ ଭଳି ସମସ୍ତ ପ୍ରକାର ସୁବିଧା ଉପଲବ୍ଧ । ସ୍ମଲ, ମିଡିୟମ୍ ଏବଂ ଲାର୍ଜ ସମସ୍ତ ପ୍ରକାରର ବ୍ରିଡ୍ମାନଙ୍କ ନିମନ୍ତେ ଏହି ସୁବିଧା ଉପଲବ୍ଧ ଅଛି । ଗୃହପାଳିତ ପ୍ରାଣୀମାନଙ୍କ ଯତ୍ନ ନିମନ୍ତେ ଇଚ୍ଛୁକ ଥିବା ବ୍ୟକ୍ତିମାନେ ବିଭିନ୍ନ ପ୍ରକାରର ହେୟାର କଟ୍ ନିମନ୍ତେ ମଧ୍ୟ ଅନୁରୋଧ କରିପାରିବେ । ସେମାନଙ୍କର ଚର୍ମ, କାନ ଏବଂ ନଖର ଯତ୍ନ ସହ ସ୍ୱାସ୍ଥ୍ୟ ସେବା ମଧ୍ୟ ଏଠାରେ ଉପଲବ୍ଧ । ଏହି ସ୍ପା ସେଂଟରରେ ସେମାନଙ୍କ ଡେଡ୍ ସ୍କିନ୍ ଏବଂ ଶରୀରରେ ଜମି ଥିବା ଅପରିଷ୍କାର ବସ୍ତୁକୁ ବାହାର କରାଯିବା ସହ ରକ୍ତ ସଂଚାଳନକୁ ତ୍ୱରାନ୍ୱିତ କରାଯାଇଥାଏ, କେଶ ଝଡିବା କମ୍ କରିବା ଦିଗରେ ମଧ୍ୟ ଯତ୍ନ ନିଆଯାଇଥାଏ । ଏଥି ସହିତ ଶରୀରର ଚର୍ମରେ କୌଣସି ପ୍ରକାର ସମସ୍ୟା ଏବଂ ଗଣ୍ଠି, ଭାତୁଡ଼ି, ପୋକ ସୃଷ୍ଟି ହୋଇଥିଲେ ତାହାର ମଧ୍ୟ ଚିକିତ୍ସା ଏଠାରେ କରାଯାଇଥାଏ । ସେହିପରି ନଖ କାଟିବା ଏବଂ ଟ୍ରିମ୍ କରିବା ଦ୍ୱାରା ଗୃହପାଳିତ ପ୍ରାଣୀମାନଙ୍କର ଆର୍ଥ୍ରାଇଟିସ୍ ଏବଂ ଅସ୍ଥି ଜନିତ ସମସ୍ୟାର ସମ୍ଭାବନା କମିବା ସହ କାନକୁ ସଫା କରିବା ଦ୍ୱାରା ସଂକ୍ରମଣର ଭୟ ମଧ୍ୟ କମିଥାଏ । ସ୍ପା ସେଂଟରକୁ ଏହି ପ୍ରାଣୀମାନେ ନିୟମିତ ଆସିଲେ ସେମାନେ ବେଶ ସୁନ୍ଦର ଏବଂ ସୁସ୍ଥ ହୋଇ ରହିବେ ବୋଲି ପ୍ରଫେସର ସାହୁ କହିଛନ୍ତି । ଏହି ସେବା ସପ୍ତାହର ପ୍ରତ୍ୟେକ ଦିନ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଉପଲବ୍ଧ । ଗୃହପାଳିତ ପ୍ରାଣୀମାନଙ୍କର ତତ୍ୱାବଧାରକମାନେ କୌଣସି ପ୍ରକାର ସେବା ନିମନ୍ତେ ଇନ୍ଷ୍ଟିଚ୍ୟୁଟ ଅଫ୍ ଭେଟେରିନାରୀ ସାଇନ୍ସେସ୍ ଆଣ୍ଡ ଆନିମଲ ହଜ୍ବ୍ୟାଣ୍ଡରୀ, କ୍ୟାମ୍ପସ-୪ ସୋଆ ବିଶ୍ୱବିଦ୍ୟାଳୟକୁ ଆସିପାରିବେ । ଏଥି ସହିତ ମୋବାଇଲ ନମ୍ବର ୭୬୦୮୯୨୧୭୭୭ରେ ଯୋଗାଯୋଗ କରିପାରିବେ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି ।
95 TEAMS PARTICIPATE IN HACKERWAR 5.0 AT ITER
95 TEAMS PARTICIPATE IN HACKERWAR 5.0 AT ITER
GRADUATES, POST-GRADUATES OF IMS AND SUM HOSPITAL GET THEIR DEGREES
GRADUATES, POST-GRADUATES OF IMS AND SUM HOSPITAL GET THEIR DEGREES




