World Day for Cultural Diversity
World Day for Cultural Diversity
ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍: ବିଶେଷଜ୍ଞ
ଭୁବନେଶ୍ୱର, ମେ ୨୨ : ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍ ଏବଂ ଏହାକୁ ଅର୍ଥନୈତିକ ବିକାଶ ସହ ଯୋଡ଼ିବାର ଆବଶ୍ୟକତା ରହିଛି ବୋଲି ଗୁରୁବାର କହିଛନ୍ତି ଜାତୀୟ ସ୍ମାରକି କର୍ତୃପକ୍ଷର ପୂର୍ବତନ ଅଧ୍ୟକ୍ଷ ତଥା କୋଲକାତା ସ୍ଥିତ ଭାରତୀୟ ନୃତତ୍ୱ ସର୍ବେକ୍ଷଣର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା ।
ବିଶ୍ୱ ମାନଚିତ୍ରରେ ଲୋକମାନେ ବର୍ତମାନ ନୂତନ ଏବଂ ବିଭିନ୍ନ କଳା ସଂସ୍କୃତି ସହ ଯୋଡ଼ି ହେଉଛନ୍ତି ଏବଂ ପରସ୍ପର ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାର ସୁଯୋଗ ପାଉଛନ୍ତି ବୋଲି କହିଛନ୍ତି ପ୍ରଫେସର ବାସା । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ସେଂଟର ଫର୍ ପ୍ରିଜରଭେସନ୍ ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଏନସିଏଂଟ କଲଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଆଲୋଚନା ଏବଂ ବିକାଶ ନିମନ୍ତେ ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ ପାଳନ ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପ୍ରଫେସର ବାସା ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମ ସହିତ ପ୍ରାଚୀନ ପକ୍ଷରୁ ଏକ ସପ୍ତାହ ବ୍ୟାପୀ ପୁରାତନ ଲେଖା ସମ୍ପାଦନା ସମ୍ପର୍କିତ କର୍ମଶାଳାର ଉଦ୍ଯାପନୀ ମଧ୍ୟ ଆୟୋଜନ କରାଯାଇଥିଲା ଯେଉଁଥିରେ ୪୧ ଜଣ ଗବେଷକ ଯୋଗ ଦେଇଥିଲେ ।
ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ବାସା କହିଥିଲେ ଯେ ସାଂସ୍କୃତିକ ଆଦାନ ପ୍ରଦାନ ଦ୍ୱାରା ଅଭିନବ ପର୍ଯ୍ୟଟନ ଏବଂ ଅର୍ଥନୀତିର ବିକାଶ ମଧ୍ୟ ହୋଇପାରିବ । ସେ ଭୂପ୍ରସିଦ୍ଧ ମୟୁରଭଞ୍ଜର ଛଉ ନୃତ୍ୟର ଉଦାହରଣ ଦେଇ ଏହା କିପରି ଓଡ଼ିଶା କଳା ସଂସ୍କୃତିର ଏକ ପ୍ରମୁଖ ଅଂଗ ସେ ନେଇ କହିବା ସହ ଲୋପ ପାଉଥିବା କଳା ସଂସ୍କୃତିର ପୁନରୁଦ୍ଧାର ଆବଶ୍ୟକତା ଜରୁରୀ ବୋଲି କହିଥିଲେ ।
ପ୍ରାଚୀନର ନିର୍ଦ୍ଦେଶିକା ପ୍ରଫେସର ଗାୟତ୍ରୀବାଳା ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ କାର୍ଯ୍ୟକ୍ରମରେ ପୁରୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଏବଂ ଲେଖକ ଓ ସିନେ ନିର୍ମାତା ଶ୍ରୀ ଦେବ ରଞ୍ଜନ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ପ୍ରଫେସର ଆଚାର୍ଯ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟକୁ ପ୍ରକାଶନ କରିବା ନେଇ ପ୍ରାଚୀନକୁ ପ୍ରଶଂସା କରିବା ସହ ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ସୋଆ ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ନିମନ୍ତେ ପ୍ରସ୍ତାବ ଦେଇଥିଲେ ।
ଶ୍ରୀ ଦେବରଞ୍ଜନ ତାଙ୍କ ବୃତଚିତ୍ରର ‘ଫର୍ମଲେସ୍ ଫର୍ମ’ ସମ୍ପର୍କରେ କହିବା ସହ ସନ୍ଥ ଭୀମଭୋଇଙ୍କ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ ।
ପ୍ରଫେସର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ ପୁରାତନ ଲେଖା ସମ୍ପାଦନା ଏବଂ ଆଲୋଚନା ଏବଂ ବିକାଶ ନିମନ୍ତେ ବିଶ୍ୱ ସାଂସ୍କୃତିକ ବିବିଧତା ଦିବସ ପାଳନ ନେଇ ଆୟୋଜିତ କର୍ମଶାଳା ଖୁବ୍ ନିବିଡ଼ ଭାବେ ଜଡ଼ିତ । କାରଣ ଏହା ବିଶାଳ ସାଂସ୍କୃତିକ ବିବିଧତା ଏବଂ ମଣିଷର ମାନସିକତା ଯୋଡ଼ି ରଖିଛି ।
ଗବେଷଣା କେବଳ ନୂଆ ଉଦ୍ଭାବନର ନାମ ନୁହେଁ ବରଂ ଏହା ଲୋପ ପାଉଥିବା ଜ୍ଞାନର ପୁନଃ ଉଦ୍ଭାବନ ଏବଂ ସଂରକ୍ଷଣ ସହ ଜଡ଼ିତ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ପ୍ରାଚୀନର କଲ୍ଚର ଷ୍ଟଡିଜ୍ର ଆଡ୍ଜଂଟ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଆସୋସିଏଟ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ ବିଶେଷଜ୍ଞ
ଜଟିଳ ହୃଦ ସମସ୍ୟା ଥିବା ନବଜାତ ଶିଶୁର ଜୀବନ ବଂଚାଇଲେ ସମ୍ ଶିଶୁରୋଗ
WORLD SCHIZOPHRENIA DAY OBSERVED AT IMS & SUM HOSPITAL
WORLD SCHIZOPHRENIA DAY OBSERVED AT IMS & SUM HOSPITAL
SOA SIGNS MoU WITH ARMOURED VEHICLES NIGAM LIMITED
SOA SIGNS MoU WITH ARMOURED VEHICLES NIGAM LIMITED



