SOA TURNS 19, AIMS TO CONTRIBUTE MORE TO THE SOCIETY: VC
SOA TURNS 19, AIMS TO CONTRIBUTE MORE TO THE SOCIETY:
୧୯ ବର୍ଷରେ ପାଦ ଥାପିଲା ସୋଆ, ସମାଜକୁ ଅଧିକ ସେବା ପ୍ରଦାନ ପାଇଁ ରହିଛି ଲକ୍ଷ୍ୟ: କୁଳପତି ଭୁବନେଶ୍ୱର, ଜୁଲାଇ ୧୮ : ଗୁଣବତା ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏବଂ ଗବେଷଣାକୁ ଅଗ୍ରାଧିକାର ଓ ସର୍ବାଧିକ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ୧୮ ବର୍ଷ ପୂରଣ କରି ୧୯ରେ ପାଦ ଥାପିଥିବା ବେଳେ ଭବିଷ୍ୟତରେ ଦେଶର ଆଗଧାଡ଼ିର ଶିକ୍ଷାନୁଷ୍ଠାନ ତାଲିକାରେ ନିଜକୁ ସାମିଲ କରିବାର ଲକ୍ଷ୍ୟ ରଖିଛି । ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁସ୍ନାଲ୍ ର୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆର୍ଏଫ୍) ର୍ୟାଙ୍କିଙ୍ଗସ ୨୦୨୪ରେ ସୋଆ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ୧୪ ତମ ସ୍ଥାନ ହାସଲ କରିଥିବା ବେଳେ ୟୁଜିସି ପକ୍ଷରୁ କ୍ୟାଟେଗୋରୀ ୱାନ୍ର ମାନ୍ୟତା ପାଇଥିବା କହିଛନ୍ତି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ । ଶୁକ୍ରବାର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହା କହିଛନ୍ତି ପ୍ରଫେସର ନନ୍ଦ । ସୋଆ ୨୦୦୭ ମସିହା ଜୁଲାଇ ୧୭ ତାରିଖରେ ୟୁଜିସି ଆକ୍ଟ ୧୯୫୬ର ଧାରା ୩ ଅନୁଯାୟୀ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଡିମ୍ଡ ଟୁ ବି ୟୁନିଭର୍ସିର୍ଟିର ମାନ୍ୟତା ପାଇଥିଲା । ଏକ ନମ୍ର ପ୍ରୟାସରୁ ନିଜର ଯାତ୍ରା ଆରମ୍ଭ କରିଥିବା ସୋଆ ଦୀର୍ଘ ପଥ ଅତିକ୍ରମ କରିସାରିଥିବା ବେଳେ ଗବେଷଣାକୁ ଅଧିକ ମହତ୍ୱ ଦେଉଥିବା ସରକାରୀ ଅନୁଦାନ ସହାୟତାରେ ବର୍ତମାନ ଏହି ବିଶ୍ୱବିଦ୍ୟାଳୟର ୧୧୫ ଟି ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ପ୍ରଫେସର ନନ୍ଦ ପ୍ରକାଶ କରିବା ସହ ଏହାର ୧୮ଟି ବହୁବିଧ ଗବେଷଣା କେନ୍ଦ୍ର ଓ ୬୦ଟି ଲାବୋରେଟୋରୀ କାର୍ଯ୍ୟକ୍ଷମ ଥିବା କହିଛନ୍ତି । ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ୧୮ ବର୍ଷ ପରେ ସୋଆ ବର୍ତମାନ କେଉଁ ବିଷୟବସ୍ତୁ ଉପରେ ଅଧିକ ଗୁରୁତ୍ୱ ଦେବ ସେ ନେଇ ଆତ୍ମଚିନ୍ତନ କରିବାର ସମୟ ଆସିଛି । ସେ କହିଥିଲେ ଯେ ସୋଆ ଏଭଳି ଏକ ପ୍ରକଳ୍ପ ସମ୍ପର୍କରେ ଚିନ୍ତା କରିବା ଉଚିତ୍ ଯେଉଁଥିରେ ସ୍ୱାସ୍ଥ୍ୟ ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ଜୈବ ବିଜ୍ଞାନ କ୍ଷେତ୍ରରେ ଗବେଷଣା କରୁଥିବା ଗବେଷକମାନେ ମିଳିତ ସହଭାଗିତାରେ କାର୍ଯ୍ୟ କରି ଏକ ଡାଟାବେସ୍ ପ୍ରସ୍ତୁତ କରିବେ ଯେଉଁଥିରେ କି ବହୁବିଧ ସହଭାଗିତାର ଆବଶ୍ୟକତା ରହିଥିବ । ଏହି କାର୍ଯ୍ୟ ଆନ୍ତର୍ଜାତିକ ସ୍ତରରେ କରିବା ଆବଶ୍ୟକ ଯେପରି କି ସାରା ଦେଶ ସୋଆର ଏହି କାର୍ଯ୍ୟକୁ ଅନୁଶୀଳନ କରିବ ବୋଲି ସେ କହିଛନ୍ତି । ଡକ୍ଟର ଦାସ କହିଥିଲେ ଯେ ଗବେଷକମାନେ ଏଭଳି ପ୍ରକଳ୍ପରେ କାର୍ଯ୍ୟ କରିବା ଉଚିତ୍ ଯାହାକି ସମାଜର ବିଭିନ୍ନ ହିତ ନିମନ୍ତେ ଉପଯୋଗୀ ହୋଇପାରିବ । ସମାଜକୁ ନିଜର ଅବଦାନ ଦେବା ନିମନ୍ତେ ସବୁ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦିତ କରିବା ସୋଆର ଲକ୍ଷ୍ୟ ରହିଛି ବୋଲି ପ୍ରଫେସର ନନ୍ଦ କହିଥିଲେ । ଜଟିଳ ଏବଂ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ସୋଆର ଗବେଷକମାନେ ସାଧାରଣ ଓ ସୁଲଭ ମୂଲ୍ୟରେ ଫାର୍ମାସ୍ୟୁଟିକାଲ୍ ଫର୍ମୁଲେସନ୍ ଉଦ୍ଭାବନ କରିପାରିଛନ୍ତି । ଏହି ସଂକ୍ରାନ୍ତରେ ନିକଟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ନ୍ୟାସନାଲ ରିସର୍ଚ୍ଚ ଡେଭେଲ୍ପମେଂଟ କର୍ପୋରେସନ୍ ସହିତ ଏକ ଟେକ୍ନୋଲୋଜି ଲାଇସେନ୍ସ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏହା ମଧ୍ୟରୁ ଦୁଇଟି ଉତ୍ପାଦ ବଜାରରେ ଉପଲବ୍ଧ ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟର ଗବେଷଣା ସନ୍ଦର୍ଭର ସଂଖ୍ୟା କିଛି ବର୍ଷ ତଳେ ମାତ୍ର ୩୦୦ ଥିବା ବେଳେ ଏହା ବୃଦ୍ଧି ପାଇଁ ବର୍ତମାନ ୧୫,୮୦୦ରେ ପହଂଚିଛି । ପ୍ରତ୍ୟେକ ବର୍ଷ ୩୦୦ ପିଏଚ୍ଡି ଗବେଷକ ସୋଆରେ ନିଜ ନାମ ପଞ୍ଜିକୃତ କରୁଛନ୍ତି ବୋଲି ପ୍ରଫେସର ନନ୍ଦ କହିଥିଲେ । ୨୦୨୦ ମସିହାରେ କୋଭିଡ୍ ମହାମାରୀ ସାରା ବିଶ୍ୱକୁ କବଳିତ କରିଥିବାବେଳେ ଓଡିଶା ସରକାରଙ୍କ ସହଯୋଗରେ ଏହି ପରିସ୍ଥିତିର ମୁକାବିଲା ନିମନ୍ତେ ସୋଆ ପକ୍ଷରୁ ରାଜ୍ୟରେ ୫ଟି କୋଭିଡ୍ ହସ୍ପିଟାଲ ଆରମ୍ଭ କରାଯିବା ସହ ଏହାର ଡାକ୍ତର, ନର୍ସ ଓ ପାରାମେଡିକ ଅବିରତ ସ୍ୱାସ୍ଥ୍ୟସେବା ପ୍ରଦାନ କରି ଅନେକ ଜୀବନ ବଂଚାଇବାରେ ସହାୟକ ହୋଇଥିଲେ । ପ୍ରାୟ ୨୬୦୦୦ ରୁ ଊର୍ଦ୍ଧ୍ୱ ଶଯ୍ୟାରେ ରାଜ୍ୟର କୋଭିଡ ରୋଗୀମାନଙ୍କର ଚିକିତ୍ସା ସୋଆ ପକ୍ଷରୁ କରାଯାଇଥିଲା । କୋଭିଡ ମହାମାରୀ ବେଳେ ପ୍ରାୟ ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ୫୦,୦୦୦ ରୁ ଊର୍ଦ୍ଧ୍ୱ ରୋଗୀଙ୍କର ସଫଳ ଚିକିତ୍ସା କରାଯାଇଥିଲା । କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଓ ପ୍ର୍ରଫେସର ପ୍ରଶାନ୍ତ କୁମାର ପାତ୍ର ଓ କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ବକ୍ତବ୍ୟ ରଖିଥିଲେ । ସୋଆ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସ୍ର ଡିନ୍ ପ୍ରଫେସର ଦିବ୍ୟଜ୍ୟୋତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
SOA FLOWER FESTIVAL TO BE HELD ON JANUARY 19 AND 20
SOA FLOWER FESTIVAL TO BE HELD ON JANUARY 19 AND
PATH BREAKING CAR T-CELL THERAPY NOW AVAILABLE AT SUM HOSPITAL
PATH BREAKING CAR T-CELL THERAPY NOW AVAILABLE AT SUM HOSPITAL



