UTERINE ARTERY EMBOLISATION CONDUCTED ON OBESE PATIENT AT SUMUM
UTERINE ARTERY EMBOLISATION CONDUCTED ON OBESE PATIENT AT SUMUM
ସମ୍ମମ୍ରେ ମେଦବହୁଳ ରୋଗୀଙ୍କ ଶରୀରରେ ସଫଳତାର ସହ ୟୁଏଇ ପ୍ରକ୍ରିୟା ସମ୍ପାଦିତ
ଭୁବନେଶ୍ୱର, ୨୧ / ୫ : ସମ୍ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍ ଆର୍ଟେରୀ ଏମ୍ବୋଲାଇଜେସନ୍ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି । ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍ ପରବର୍ତୀ ସମୟରେ ଅତ୍ୟଧିକ ରକ୍ତସ୍ରାବ ସମସ୍ୟା ନେଇ ହସ୍ପିଟାଲ୍କୁ ଆସିଥିଲେ ।
ଯଦିଓ ତାଙ୍କ ଶରୀରରେ ଅନ୍ୟାନ୍ୟ ସମସ୍ୟା ଥିବା ଯୋଗୁଁ ଅସ୍ତ୍ରୋପଚାର ଏତେ ସହଜ ନଥିଲା ତେବେ ସୁରକ୍ଷିତ ଏବଂ ମିନିମାଲ୍ ଇନଭାସିଭ୍ ପ୍ରକ୍ରିୟାରେ ଏହା ସମ୍ଭବ ହୋଇପାରିଥିଲା ଏବଂ ଗର୍ଭାଶୟ ଏବଂ ଅଣ୍ଡାଶୟକୁ ବାହାର କରିବାକୁ ପଡ଼ି ନଥିଲା । ଏହି ପ୍ରକ୍ରିୟାରେ ରୋଗୀ ଜଣକ ବିଶେଷ କଷ୍ଟ ପାଇନଥିଲେ ।
ଗତ ସୋମବାର ସମ୍ମମ୍ରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କ ଠାରେ ଏହି ପ୍ରକ୍ରିୟାଟି କରାଯାଇଥିଲା । ଯେତେବେଳେ ରୋଗୀର ଶରୀର ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ନଥାଏ କିମ୍ବା ରୋଗୀ ଅସ୍ତ୍ରୋପଚାରକୁ ପସନ୍ଦ କରେ ନାହିଁ ସେତେବେଳେ ଏହି ଅଭିନବ ଉପାୟରେ ରୋଗୀଙ୍କ ଚିକିତ୍ସା କରାଯାଇପାରେ ।
ଏହି ରୋଗୀଙ୍କ ଗର୍ଭାଶୟ ଫାଇବ୍ରଏଡ୍ ସମସ୍ୟା କ୍ଷେତ୍ରରେ ପିଭିଏ ପାର୍ଟିକଲ୍ସ ଓ ଜେଲ୍-ଫୋମ୍ ଏମ୍ବୋଲାଇଜେସନ୍ ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇଥିଲା । ଏହି ୟୁଏଇ ପ୍ରକ୍ରିୟାରେ ଛୋଟ ଛୋଟ ଗୁଣ୍ଡ ହୋଇଥିବା ଦ୍ରବ୍ୟଗୁଡ଼ିକୁ ଇଞ୍ଜେକ୍ସନ୍ ଦ୍ୱାରା ରକ୍ତ ଧମନୀକୁ ଛଡ଼ା ଯାଇଥାଏ ଯାହାକି ଗର୍ଭାଶୟକୁ ଯାଇ ରକ୍ତସ୍ରାବକୁ ବନ୍ଦ କରିଥାଏ ଏବଂ ଫାଇବ୍ରଏଡ୍ ଗୁଡ଼ିକୁ କ୍ଷୁଦ୍ର କରିବାରେ ସହାୟକ ହୋଇଥାଏ ।
ସମ୍ମମ୍ର ଭାସ୍କୁଲାର ଆଣ୍ଡ ଇନ୍ଟରଭେନ୍ସନାଲ୍ ରେଡ଼ିଓଲୋଜି ବିଭାଗର ଆସୋସିଏଟ୍ କନ୍ସଲ୍ଟାଂଟ ଡାକ୍ତର ସମ୍ବିତ କୁମାର ପଟ୍ଟନାୟକ ଏହି ଚିକିତ୍ସା କରିଥିବା ବେଳେ ରୋଗୀ ଜଣକ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ।
GRADUATES, POST-GRADUATES OF IMS AND SUM HOSPITAL GET THEIR DEGREES
GRADUATES, POST-GRADUATES OF IMS AND SUM HOSPITAL GET THEIR DEGREES
Narendra Modi comign to Odisha
କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁତୟନ ହେବେ ୧୩୩ ପ୍ଲାଟୁନ
SOA FIGURES AGAIN IN QS WORLD UNIVERSITY RANKINGS
SOA FIGURES AGAIN IN QS WORLD UNIVERSITY RANKINGS



