WHITE COAT NEW YEAR PLEDGE CEREMONY
WHITE COAT NEW YEAR PLEDGE CEREMONY
ସୋଆ ଆଇଡିଏସ୍ ପକ୍ଷରୁ ହ୍ୱାଇଟ କୋଟ ନ୍ୟୁ ଇୟର ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର, ଜାନୁଆରୀ ୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ଗୁରୁବାର ନୂଆବର୍ଷ ପାଳନ ସହ ହ୍ୱାଇଟ କୋଟ ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ସହ ଆସିଷ୍ଟାଂଟ ପ୍ରଫେସର ସୌମ୍ୟରଞ୍ଜନ ପାଢ଼ି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଡିନ୍ ପ୍ରଫେସର (ଡାକ୍ତର) ରୁଚି ଭୂୟାଁ ନୂଆବର୍ଷ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ହ୍ୱାଇଟ କୋଟକୁ ଦାୟିତ୍ୱ ଏବଂ ସତ୍ୟତାର ପ୍ରତୀକ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ନିଜ ବୃତିକୁ ଉତ୍ସର୍ଗୀକୃତ ଓ ନୈତିକତାର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନୁଷ୍ଠାନରେ ପ୍ରଥମ ଥର ପାଇଁ ନୂଆବର୍ଷରେ ହ୍ୱାଇଟକୋଟ ନୂଆବର୍ଷ ଶପଥ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏହାକୁ ଏକ ବାର୍ଷିକ ପ୍ରଥା ଭାବେ ପାଳନ କରାଯିବ ବୋଲି ଡିନ୍ କହିଥିଲେ । ଏହି ଅବସରରରେ ସମସ୍ତ ବିଭାଗୀୟ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ପାଢ଼ି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଫ୍ୟାକଲ୍ଟି ମେମ୍ବର୍ସ, ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ଏବଂ ଇନଟର୍ଣ୍ଣ ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଥିଲେ ।
CAKE MIXING CEREMONY HELD AT SHM AHEAD OF CHRISTMAS
CAKE MIXING CEREMONY HELD AT SHM AHEAD OF CHRISTMAS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PHILOSOPHER AND AUTHOR ACHARYA PRASHANT ADDRESSES SOA MEDICAL STUDENTS
PURPOSE OF EDUCATION IS TO SHAPE CHARACTER: NHRC CHAIRMAN
PURPOSE OF EDUCATION IS TO SHAPE CHARACTER: NHRC CHAIRMAN

