GRADUATES, POST-GRADUATES OF IMS AND SUM HOSPITAL GET THEIR DEGREES
GRADUATES, POST-GRADUATES OF IMS AND SUM HOSPITAL GET THEIR DEGREES
ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ୨୦୨୪ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭୁବନେଶ୍ୱର, ୧୨/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଏମ୍ବିବିଏସ୍ ଓ ସୁପର ସ୍ପେଶିଆଲିଟି ବିଭାଗରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଗୁରୁବାର ଏକ ବିଶେଷ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ବିଭିନ୍ନ ବିଭାଗରେ ୨୦୧୪-୧୫ ଓ ୨୦୧୮-୧୯ ଶିକ୍ଷା ବର୍ଷରେ ଅଧ୍ୟୟନ ଆରମ୍ଭ କରି ଶିକ୍ଷା ସମାପ୍ତ କରିଥିବା ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି ।
ସେହିପରି ୨୦୨୦-୨୧ ଶିକ୍ଷା ବର୍ଷରେ ବିଭିନ୍ନ ସୁପର ସ୍ପେଶିଆଲିଟି ବିଭାଗରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଡିଗ୍ରୀ ପ୍ରଦାନ କରାଯାଇଛି ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଉପାଧି ପ୍ରଦାନ କରିଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କ କଠିନ ପରିଶ୍ରମର ଫଳ ସେମାନେ ଏହି ଡିଗ୍ରୀ ମାଧ୍ୟମରେ ପାଇଥିବା କହିଥିଲେ ।
ପ୍ରଫେସର ନନ୍ଦ କହିଥିଲେ ଯେ ଚଳିତ ଏନ୍ଆଇଆର୍ଏଫ୍ ର୍ୟାଙ୍କିଙ୍ଗ ଅନୁଯାୟୀ ଛାତ୍ରଛାତ୍ରୀମାନେ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ୨୧ ତମ ଶ୍ରେଷ୍ଠ ମେଡିକାଲ୍ କଲେଜରୁ ଶିକ୍ଷା ସମାପ୍ତ କରିଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ସମ୍ମାନ ସେମାନେ ନିଶ୍ଚିତ ଭାବେ ବଜାୟ ରଖିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଦେଶରେ ୧୨୦ ରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ରହିଥିବା ବେଳେ ସୋଆ ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ସେହିପରି ୪୦୦୦ ରୁ ଊର୍ଦ୍ଧ୍ୱ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ସାମଗ୍ରିକ କ୍ଷେତ୍ରରେ ୨୪ ତମ ସ୍ଥାନରେ ରହିଛି ସୋଆ । ତେଣୁ ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ନିଜ ଶିକ୍ଷାନୁଷ୍ଠାନର ସମ୍ମାନକୁ ଆହୁରି ଉଚ୍ଚକୁ ନିଅନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ ।
ଛାତ୍ରଛାତ୍ରୀମାନେ ସହାନୁଭୂତି ଓ ନିଷ୍ଠାର ସହ ରୋଗୀ ସେବା କରିବା ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଅନୁଷ୍ଠାନ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିିଲେ । ଆଡିସ୍ନାଲ୍ ଡିନ୍ ପ୍ରଫେସର (ଡାକ୍ତର) ଅଜୟ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପ୍ରୋ-ଭାଇସ୍ ଚ୍ୟାନସେଲର ପ୍ରଫେସର ପ୍ରସନ୍ଜୀତ ମହାନ୍ତି, କଂଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାରଙ୍କ ସମେତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ସମସ୍ତ ବିଭାଗର ମୁଖ୍ୟ, କଲେଜ କାଉନ୍ସିଲ୍ ମେମ୍ବର ଓ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ ।
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
RARE TUMOR SUCCESSFULLY REMOVED AT SUM SITALAPALLI CAMPUS
SOA RANKED 14TH IN COUNTRY IN 2024 NIRF RANKINGS, PLACED 24TH OVERALL
SOA RANKED 14TH IN COUNTRY IN 2024 NIRF RANKINGS, PLACED
ITER RANKED THIRD IN INDIA AMONG TOP ENGINEERING INSTITUTES BY TIMES SURVEY
ITER RANKED THIRD IN INDIA AMONG TOP ENGINEERING INSTITUTES BY



