SOA PRO-VC AWARDED
SOA PRO-VC AWARDED
ସୋଆ ଉପକୁଳପତିଙ୍କୁ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ୍ ଅଫ୍ ଗ୍ଲାସଗୋ ଫେଲୋସିପ୍ ସମ୍ମାନ
ଭୁବନେଶ୍ୱର, ଜୁନ୍ ୩୦ : ଦନ୍ତ ଚିକିତ୍ସା, ଶିକ୍ଷା, ଗବେଷଣା, ନୂତନତା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ସହଭାଗିତା) ପ୍ରଫେସର (ଡାକ୍ତର) ନୀତା ମହାନ୍ତିଙ୍କୁ ସମ୍ମାନଜନକ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ୍ ଅଫ୍ ଗ୍ଲାସଗୋ ଫେଲୋସିପ୍ରେ ସମ୍ମାନିତ କରାଯାଇଛି ।
୪୨୫ ବର୍ଷ ପୁରାତନ ରୟାଲ କଲେଜ ଅଫ୍ ଫିଜିସିଆନ୍ସ ଆଣ୍ଡ ସର୍ଜନସ ଅଫ୍ ଗ୍ଲାସଗୋ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ବୃତିରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଏକ ଅନୁଷ୍ଠାନ ।
ପ୍ରଫେସର (ଡାକ୍ତର) ମହାନ୍ତି ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍)ର ଡିନ୍ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ମୁଖ ସ୍ୱାସ୍ଥ୍ୟ ଏବଂ ଦନ୍ତ ଚିକିତ୍ସା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସେ ୨୮ ବର୍ଷରୁ ଊର୍ଦ୍ଧ୍ୱ ଶିକ୍ଷା ଦାନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି । ତାଙ୍କ ଦ୍ୱାରା ଲିଖିତ ୧୦୦ରୁ ଊର୍ଦ୍ଧ୍ୱ ସନ୍ଦର୍ଭ ବିଭିନ୍ନ ଆନ୍ତର୍ଜାତିକ ଜର୍ନାଲରେ ପ୍ରକାଶିତ ହୋଇଛି ।
ପ୍ରଫେସର ମହାନ୍ତି ମଧ୍ୟ ଆଇଡିଏସ୍ରେ ଓରାଲ ପାଥୋଲଜି ଓ ମାଇକ୍ରୋବାୟୋଲଜି ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରିବା ସହିତ କକ୍ରେନ୍ ଇଣ୍ଡିଆ ଆଫିଲିଏଟ୍ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ପୂର୍ବରୁ ପ୍ରଫେସର ମହାନ୍ତିଙ୍କୁ ଆମେରିକା ସ୍ଥିତ ଏକାଡେମୀ ଅଫ୍ ଡେଂଟିଷ୍ଟ୍ରି ଇଂଟରନ୍ୟାସ୍ନାଲ୍ ପକ୍ଷରୁ ଫେଲୋସିପ୍ ପ୍ରଦାନ କରାଯାଇଥିବା ବେଳେ ତାଙ୍କୁ ଡକ୍ଟର ଏ.ପି.ଜେ. ଅବ୍ଦୁଲ କାଲାମ ଜାତୀୟ ପୁରସ୍କାର, ବେଷ୍ଟ ଡେଂଟାଲ୍ ଆଡମିନିଷ୍ଟ୍ରେଟର ଆୱାର୍ଡ ଓ ଟାଇମ୍ସ ପାୱାର ୱମାନ୍ ଆୱାର୍ଡ ମଧ୍ୟ ମିଳିଛି ।
SURYASNATA TRIPATHY TO RECEIVE SOA YUVA SAHITYA PURASKAR
SURYASNATA TRIPATHY TO RECEIVE SOA YUVA SAHITYA PURASKAR
IMS AND SUM HOSPITAL WINS TOP PRIZE FOR INNOVATIVE STUDY ON DIABETES
IMS AND SUM HOSPITAL WINS TOP PRIZE FOR INNOVATIVE STUDY




